ଓଏସଏସସି ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଭିଜିିଲାନ୍ସ ଚଢାଉ

ଭୁବନେଶ୍ୱର –ଓଏସଏସସି ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଂଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଭୁବନେଶ୍ୱର ଓ କଟକ ସମେତ ଏକକାଳୀନ ୬ଟି ସ୍ଥାନରେ ହୋଇଛି ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି । ବିରଂଚି ନାରାୟଣଙ୍କ ଶାଳକଙ୍କ ଘରେ ବି ଚଢାଉ ହୋଇଛି । ଏ ଯାଏଁ ୨ ମହଲା ୨ଟି କୋଠା, ୯ଟି ପ୍ଲଟ, ୧୩ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ୩ଟି ଟିମରେ ୪ ଜଣ ଡିଏସପି, ୧୩ ଇନ୍‌ସପେକ୍ଟରଙ୍କୁ ନେଇ ଚଢାଉ ହୋଇଛି ।

Comments are closed.