କୃନାଲଙ୍କ ପରେ ଚହଲ ଓ ଗୌତମ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଏବଂ ଟି-୨୦ ସିରିଜ୍ ଶେଷ ହୋଇଛି | କିନ୍ତୁ ଭାରତୀୟ ଦଳରେ କୋଭିଡ୍ ମାମଲା ବୃଦ୍ଧି ପାଇଛି । ଟିମ୍ ଇଣ୍ଡିଆର ଆଉ ଦୁଇଜଣ ଖେଳାଳି କରୋନା ପଜିଟିଭ୍ ହୋଇଥିବାର ଖବର ଆସିଛି। ଟିମ୍ ଇଣ୍ଡିଆ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାପୂର୍ବରୁ କୃନାଲ ପାଣ୍ଡ୍ୟା ସଂକ୍ରମିତ ହୋଇ ଆଇସୋଲେସନରେ ରହିଛନ୍ତି ।

ଭାରତୀୟ କ୍ରିକେଟ୍ ଦଳ ୬ ମ୍ୟାଚ୍ ବିଶିଷ୍ଟ ସୀମିତ ଓଭର ସିରିଜ୍ ଖେଳିବା ପରେ ଶ୍ରୀଲଙ୍କାରୁ ଆଜି ସ୍ବଦେଶ ଫେରିବ। କିନ୍ତୁ କରୋନା ସଂକ୍ରମିତ ଅଲରାଉଣ୍ଡର କୃନାଳ ପାଣ୍ଡ୍ୟାଙ୍କ ସମେତ ଚହଲ ଓ ଗୌତମ କଲମ୍ବୋରେ କିଛି ଦିନ ଆଇସୋଲେସନରେ ରହିବେ। ଆଇସୋଲେସନ ପ୍ରୋଟୋକଲ୍ କାରଣରୁ ଭାରତୀୟ ଦଳର ଅନେକ ଖେଳାଳି ଶେଷ ଦୁଇଟି ଟି-୨୦ ଖେଳିପାରିନଥିଲେ। ଭାରତ ଟି-୨୦ ସିରିଜ୍ ୧-୨ରେ ହାରିଥିଲା | କୃନାଳଙ୍କ ସହ ସଂସ୍ପର୍ଶରେ ଆସିଥିବା ଯୋଗୁଁ ଦଳର ଆଠ ଜଣ ଖେଳାଳି ମଧ୍ୟ ଆଇସୋଲେସନରେ ରହିଥିଲେ।

 

Comments are closed.