ସାର ଯୋଗାଣ ବାବଦରେ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶାକୁ ସାର ଯୋଗାଣ ବାବଦରେ କେନ୍ଦ୍ର ସାର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ, ଜୁନ୍‌, ଜୁଲାଇ ମାସରେ ରାଜ୍ୟକୁ କମ୍ ସାର ଯୋଗାଣ ହୋଇଛି । ତୁୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଖରିଫ ଋତୁରେ ମାତ୍ର ୧, ୪୫ ୧୪୫ ମେଟ୍ରିକ ଟନ ସାର ଓଡିଶାକୁ ମିଳିଛି । ଆବଶ୍ୟକ ଚାହିଦାର ମାତ୍ର ୬୨ ପ୍ରତିଶତ ୟୁରିଆ କେନ୍ଦ୍ର ଦେଇଛି । ଅନ୍ୟ ସାର ମାତ୍ର ୬୦ରୁ ୭୨ ପ୍ରତିଶତ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିଲେ ଉଲ୍ଲେଖ କରିଛନ୍ତି । ବାତ୍ୟା ୟାଶ୍ ପାଇଁ ରାଜ୍ୟର ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ଉତ୍ପାଦନ ବଢାଇବା ପାଇଁ ଚାଷୀଙ୍କୁ ସାର ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ।

Comments are closed.