ଗିରଫ ହେଲେ ଓଏସଏସସି ସଦସ୍ୟଙ୍କ କୋଟିପତି ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର – ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଥିବା ଓଡିଶା ଷ୍ଟାଫ୍ ସିଲେକସନ କମିଶନ- ଓଏସଏସସି ସଦସ୍ୟଙ୍କ କୋଟିପଟି ବ୍ୟକ୍ତିଗତ ସଚିବ ବିରଂଚି ନାରାୟଣ ସାହୁଙ୍କୁ ଗିରଫ କରାଯାଇଛି । ବିଳମ୍ବିତ ରାତି ଯାଏଁ ତାଙ୍କ ମୋଟ ସଂପତ୍ତିର ଯାଂଚ ହେଲା ପରେ ବିରଞ୍ଚିଙ୍କୁ ଗିରଫ କରାଯାଇଛି । ଗତକାଲି ଭିଜିଲାନ୍ସ ଏକକାଳୀନ ବିରଂଚିଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା । ୨୦ ଘଣ୍ଟା ଧରି ମାରାଥନ ଚଢାଉ ଓ ଯାଂଚ ପରେ ସ୍ଥାବର ଓ ଅସ୍ଥାବର ସଂପତ୍ତିର ହିସାବ କରାଯାଇଛି । ବିରଂଚିଙ୍କ ଘରୁ ଦେଢ କିଲୋ ସୁନା ଓ ଅଳଙ୍କାର ଜବତ ହୋଇଛି । ଜବତ ସୁନାର ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଏଥିସହ ୫୬ ଲକ୍ଷ ଟଙ୍କାର ଜୀବନବୀମା, ନଗତ ୨୫ ଲକ୍ଷ ଟଙ୍କା ଓ ବ୍ୟାଙ୍କ୍ ଡିପୋଜିଟ୍ ଜବତ କରାଯାଇଛି । ଦାମୀ କାର୍ ଓ ବାଇକ ବି ଜବତ ହୋଇଛି । ଏହାଛଡା ଭୁବନେଶ୍ୱରର ନୀଳାଦ୍ରିବହାରରେ ୨ ମହଲା କୋଠା, ଭକ୍ତିବିହାରରେ କୋଠା, ଭକ୍ତି ବିହାରରେ କୋଠା ସମେତ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ୧୪ଟି ପ୍ଲଟ ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ବିରଂଚିଙ୍କ ନିକଟରୁ ୩ କୋଟି ୭୯ ଲକ୍ଷର ସଂପତ୍ତି ଠାବ ହୋଇଥିବା ସୂଚନା ମିଳିଛି ।

Comments are closed.