ଅନ୍‌ଲାଇନ ଶିକ୍ଷାରୁ ବଞ୍ଚିତ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା

ଡାଏଟର ୯୫ ଗୁରୁ ଛାତ୍ରଛାତ୍ରୀ ଶିଖ୍ୟାଦାନରେ ସାମିଲ , ୯୦୦ ପିଲା ହେବେ ଉପକୃତ

ଭବାନୀପାଟଣା : କରୋନା ଯୋଗୁଁ ପିଲାଙ୍କ ସ୍କୁଲ ପଢାରେ ଡୋରି ପଡିଛି । ଅନଲାଇନ ପାଠପଢା ହିଁ ଏକମାତ୍ର ମାଧ୍ୟମ ପାଲଟିଛି । ହେଲେ ଏହି ଅନଲାଇନ ଶିଖ୍ୟାରୁ ବହୁ ଗରିବ ପିଲା ବଞ୍ଚିତ ହେଉଛନ୍ତି । କଳାହାଣ୍ଡି ଜିଲ୍ଲାର ଅନେକ ସ୍ଥାନରେ ମୋବାଇଲ ନେଟୱାର୍କ ନାହିଁ କି ଅଭିଭାବକଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣରୁ ବଞ୍ଚିତ ହେବାର ଆଶଙ୍କା ଥିବାବେଳେ ଶିକ୍ଷକ ତାଲିମ ନେଉଥିବା ଗୁରୁ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିକଳ୍ପ ଶିକ୍ଷାଦାନ ନୂତନ ଆଶାସଂଚାର କରିଛି । ବିଦ୍ୟାଳୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଶିକ୍ଷକ ଶିକ୍ଷା ତଥା ରାଜ୍ୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏବଂ ୟୁନିସେଫର ମିଳିତ ଯୋଜନାରେ ଭବାନୀପାଟଣାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ( ଡାଏଟ୍ ) କଳାହାଣ୍ଡି ଏବଂ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ , ଧର୍ମଗଡରେ ଅଧୟନରତ ଡି.ଇଏଲ୍.ଇଡି ପ୍ରଥମ ବର୍ଷ ଓ ଦ୍ବିତୀୟ ବର୍ଷ ଗୁରୁଛାତ୍ରଛାତ୍ରୀଙ୍କ ଦ୍ବାରା ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା ଅଧକ୍ଷ ବୃନ୍ଦାବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚାଲୁରହିଛି । ଡାଏଟ୍ କଳାହାଣ୍ଡିର ୧୮୮ଜଣ ଏବଂ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ , ଧର୍ମଗଡର ୧୮୪ଜଣ ଗୁରୁ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲାର ୧୩ଟି ବ୍ଲକରେ ଅନଲାଇନରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ନିକଟରେ ଶିକ୍ଷା ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

କୌଣସି କାରଣବଶତଃ ଦ୍ବିତୀୟବର୍ଷର କିଛି ଗୁରୁ ଛାତ୍ରଛାତ୍ରୀ ବର୍ତ୍ତମାନ କାର୍ଯ୍ୟରୁ ନିବୃତ୍ତ ଅଛନ୍ତି । ତେଣୁ ପ୍ରଥମ ବର୍ଷର ୧୯୦ ଜଣ ଗୁରୁ ଛାତ୍ରଛାତ୍ରୀଙ୍କ ଦ୍ବାରା କାର୍ଯ୍ୟ ଚାଲୁରହିଛି । ଯାହାକି ଜିଲ୍ଲାର ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁର ଭଳି ଅପହଞ୍ଚ ଇଲାକାରେ ମଧ୍ୟ ଶିକ୍ଷା ପହଞ୍ଚାଇବାରେ ସହାୟକ ହୋଇଛି । ଏଥିରେ ଜିଲ୍ଲାର ସମସ୍ତ ବିଇଓ , ଏବଂ ସିରଆସିସି ମାନେ ସହଯୋଗ କରୁଥିବା ବେଳେ ସମସ୍ତ ଶିକ୍ଷକ ପ୍ରଶିକ୍ଷକମାନେ ଶିକ୍ଷାଦାନ ପରିଦର୍ଶନ କରିବା ସହିତ ଗୁରୁ ଛାତ୍ରଛାତ୍ରୀମାନଙ୍କୁ ସହାୟତା ଯୋଗାଉଛନ୍ତି ।

Comments are closed.