ଭାରତ ହାତରେ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା

ନୂଆଦିଲ୍ଲୀ: ଅଗଷ୍ଟ ୧ରୁ ଭାରତ ୧୫ ସଦସ୍ୟ ବିଶିଷ୍ଟ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିବ। ସୁରକ୍ଷା ପରିଷଦର ଜଣେ ଅସ୍ଥାୟୀ ସଦସ୍ୟ ଭାବରେ ୨୦୨୧-୨୨ କାର୍ଯ୍ୟକାଳ ମଧ୍ୟରେ ଭାରତ ପ୍ରଥମ ଥର ଅଧ୍ୟକ୍ଷତା ଦାୟିତ୍ବ ତୁଲାଇବ। ଦୁଇ ବର୍ଷ ପାଇଁ ଭାରତ ଏହି ପଦ ସମ୍ଭାଳିବ । ଏହି ସମୟ ମଧ୍ୟରେ ସାମୁଦ୍ରିକ ସୁରକ୍ଷା, ଶାନ୍ତି ପ୍ରତିଷ୍ଠା ଏବଂ ଆତଙ୍କବାଦ ଭଳି ପ୍ରମୁଖ ପ୍ରସଙ୍ଗରେ ଭାରତ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ। ଆସନ୍ତା ବର୍ଷ ଡିସେମ୍ବରରେ ଭାରତ ପୁଣି ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେବ।

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ଟି.ଏସ୍ ତିରୁମୂର୍ତ୍ତି ଅଧ୍ୟକ୍ଷ ପଦ ଗ୍ରହଣ କରିବା ପୂର୍ବରୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ଅଗଷ୍ଟରେ ଆମେ ଆମର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବୁ । ସେହି ମାସରେ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେବା ଆମ ପାଇଁ ଗୌରବର ବିଷୟ। ସୁରକ୍ଷା ପରିଷଦର ଜଣେ ଅସ୍ଥାୟୀ ସଦସ୍ୟ ଭାବରେ ଭାରତର ଦୁଇ ବର୍ଷର କାର୍ଯ୍ୟକାଳ ଜାନୁୟାରୀ ୧, ୨୦୨୧ ରେ ଆରମ୍ଭ ହୋଇଥିଲା।

 

Comments are closed.