ଥିରୁବନନ୍ତପୁରମରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ଥିରୁବନନ୍ତପୁରମ: ‘ବନ୍ଦେ ଭାରତ’ ମିଶନ୍ ଅଧୀନରେ ସାଉଦି ଆରବରୁ ଭାରତୀୟ ନାଗରିକଙ୍କୁ ଆଣିବାକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଆଜି ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ବିମାନବନ୍ଦର ଅଧିକାରୀଙ୍କ କହିବାନୁସାରେ, ବିମାନର ଝରକାରେ ଫାଟ ଯୋଗୁଁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା | ବିମାନରେ କୌଣସି ଯାତ୍ରୀ ନଥିଲେ।

ଅଧିକାରୀ ଜଣକ କହିଛନ୍ତି ଯେ ଏହି ବିମାନରେ ଆଠ ଜଣ କ୍ରୁ ସଦସ୍ୟ ଥିଲେ। ଏହାଛଡ଼ା ଏହା ଅନ୍ତର୍ଜାତୀୟ କାର୍ଗୋ ସହ ଉଡ଼ାଣ ଭରିଥିଲା | ବିମାନ ବନ୍ଦରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ସକାଳ ୭.୫୨ରେ ଏହି ବିମାନ ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହିଁ ଉଡ଼ାଣ ଆରମ୍ଭ କରିଥିଲା । ତେବେ ଉଡ଼ାଣର କିଛି ସମୟ ପରେ ପାଇଲଟ୍ ଝରକାରେ ଫାଟ ଦେଖିବା ପରେ ବିମାନ ସହ ଥିରୁବନନ୍ତପୁରମକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଏହା ସକାଳ ୮.୫୦ରେ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା |

Comments are closed.