ଟୋକିଓ ଅଲିମ୍ପିକ୍ସ: ସିନ୍ଧୁ ସେମିରେ ହାରିଲେ, ବ୍ରୋଞ୍ଜ ପାଇଁ ଲଢ଼ିବେ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଇଭେଣ୍ଟରେ ପିଭି ସିନ୍ଧୁଙ୍କ ଠାରୁ ଯେଉଁ ସ୍ଵର୍ଣ୍ଣ ପଦକ ଆଶା ଥିଲା ତାହା ମଉଳି ଯାଇଛି । ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ବିଶ୍ଵ ଚାମ୍ପିୟନ ସିନ୍ଧୁ ଚାଇନିଜ୍ ତାଇପେଇର ଦ୍ୱିତୀୟ ସିଡ୍ ତାଇଜୁ ୟିଙ୍ଗଙ୍କ ଠାରୁ ୨୧-୧୮, ୨୧-୧୩ରେ ପରାସ୍ତ ହୋଇଛନ୍ତି | ପ୍ରଥମ ଗେମରେ ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ତେବେ ଦ୍ୱିତୀୟ ଗେମ୍ ରେ ଚାଇନିଜ୍ ତାଇପେଇ ଖେଳାଳି ଏକତରଫା ଢଙ୍ଗରେ ଜିତିଥିଲେ। ସ୍ବର୍ଣ୍ଣ ଆଶା ଧୂଳିସାତ ହେବା ପରେ ସିନ୍ଧୁ ବର୍ତ୍ତମାନ ବ୍ରୋଞ୍ଜ ପଦକ ଲଢ଼ିବେ । ବ୍ରୋଞ୍ଜ ପଦକ ମ୍ୟାଚରେ ସିନ୍ଧୁଙ୍କ ମୁକାବିଲା ଚାଇନାର ଜିଆଓ ବିଙ୍ଗ ହେଙ୍କ ସହ ହେବ । ଏହି ମ୍ୟାଚ୍ ରବିବାର ସନ୍ଧ୍ୟା ୫ ଟାରେ ଅନୁଷ୍ଠିତ ହେବ |

ସିନ୍ଧୁ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ ।

Comments are closed.