ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ : ବିଜ୍ଞାନରେ ୯୫ ଦଶମିକ ୧୫ ପ୍ରତିଶତ ପାସ୍‌, ବାଣିଜ୍ୟରେ ପାସ ହାର ୯୪ ଦଶମିକ ୯୬ ପ୍ରତିଶତ

ଭୁବନେଶ୍ୱର- ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, ବିଭାଗୀୟ ସଚିବ, ପରିଷଦର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳପୁସ୍ତିକା ଉନ୍ମୋଚନ କରିଛନ୍ତି । ଏଥର ବିଜ୍ଞାନରେ ପାସ ହାର ୯୫ ଦଶମିକ ୧୫ ପ୍ରତିଶତ ରହିଛି । ବାଣିଜ୍ୟରେ ପାସ୍ ହାର ରହିଛି ୯୪ ଦଶମିକ ୯୬ ପ୍ରତିଶତ ।

ଏଥର ବିଜ୍ଞାନରେ ମୋଟ ୮୯ ହଜାର ୯୯୧ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ଏଥିମଧରୁ ୫୦ ହଜାର ୧୯୮ ଜଣ ଛାତ୍ର ରହିଥିବା ବେଳେ ୩୯ ହଜାର ୭୫୩ ଛାତ୍ରୀ ଅଛନ୍ତି । ୫୫ ହଜାର ୪୬୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ବାଣିଜ୍ୟରେ ମୋଟ ୨୩ ହଜାର ୨୯୨ ଛାତ୍ରଛାତ୍ରୀ ପାସ ହୋଇଛନ୍ତି ।

Comments are closed.