୪୧ ବର୍ଷ ପରେ ଅଲିମ୍ପିକ୍ସ ହକିର କ୍ୱାର୍ଟରରେ ଭାରତୀୟ ମହିଳା ଦଳ

ଟୋକିଓ – ଅଲିମ୍ପିକ୍ସ ହକିର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପହଂଚିଛି ଭାରତୀୟ ମହିଳା ହକି ଦଳ । ଆଜି ଭାରତ ନିଜର ଶେଷ ପୁଲ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩-୪ ଗୋଲରେ ହରାଇଥିଲା । ସେପଟେ ଏହି ଗ୍ରୁପରେ ଆୟର୍ଲାଣ୍ଡ, ବ୍ରିଟେନଠାରୁ ପରାସ୍ତ ହେଲା ପରେ ଭାରତର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି । ପୁଲ୍ ଏ ର ଚତୁର୍ଥ ସ୍ଥାନରେ ରହି ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ ଭାରତ ।

Comments are closed.