ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୫ଶହ ତଳେ, ଦିନକରେ ଚିହ୍ନଟ ହେଲେ ୧୪୩୭ ନୂଆ ଆକ୍ରାନ୍ତ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୫ ଶହ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୪୩୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୮୩୨ ଓ ସ୍ଥାନୀୟ ଅଞ୍ଚଳରୁ ୬୦୫ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଏବଂ କଟକରୁ ୧୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ୧୪୬, ଜଗତସିଂହପୁରରୁ ୮୬, ଯାଜପୁରରୁ ୬୬, ବାଲେଶ୍ୱରରୁ ୬୪, ଭଦ୍ରକରୁ ୪୭, ଅନୁଗୁଳରୁ ୪୭, କେନ୍ଦ୍ରାପଡାରୁ ୪୧, ମୟୂରଭଞ୍ଜରୁ ୪୦, ନୟାଗଡରୁ ୩୬, ସୁନ୍ଦରଗଡରୁ ୨୯, ଢେଙ୍କାନାଳରୁ ୨୧, କେନ୍ଦୁଝରରୁ ୧୯, ସମ୍ବଲପୁରରୁ ୧୬, କନ୍ଧମାଳରି ୧୪, ସୋନପୁରରୁ ୧୩, ରାୟଗଡାରୁ ୧୧, ଗଞ୍ଜାମରୁ ୧୦, ବରଗଡରୁ ୮, ଦେବଗଡରୁ ୮, ମାଲକାନଗିରିରୁ ୭, କଳାହାଣ୍ଡିରୁ ୬, କୋରାପୁଟରୁ ୫, ଝାରସୁଗୁଡାରୁ ୫, ବଲାଙ୍ଗିରରୁ ୪, ଗଜପତିରୁ ୩, ବୌଦ୍ଧରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରୁ କୌଣସି ନୂଆ ମାମଲା ଆସିନାହିଁ । 

ରାଜ୍ୟରେ ଏ ଯାଏଁ ୯ ଲକ୍ଷ ୭୮ ହଜାର ୭୦୫ ଜଣ କୋରୋନା ପଜିଟିଭ ହୋଇସାରିଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୫୬ ହଜାର ୮୨୮ । ୧୫ ହଜାର ୮୫୮ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.