ବୁଡି ଯାଉଥିବା ଯୁବତୀଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ସମ୍ବଲପୁର : ମହାନଦୀର ରିଂରୋଡ ସମଲେଶ୍ବରୀ ଘାଟକୁ ଗାଧୋଇବାକୁ ଯାଇ ଫସି ଯାଇଥିବା ଏକ ଯୁବତୀକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଯୁବତୀ ଜଣକ ଗାଧୋଇବା ବେଳେ ପ୍ରଖର ସ୍ରୋତରେ ଫସିଯାଇଥିଲେ । ସେଠାରୁ ଫେରି ନପାରି ଏକ ପଥରକୁ ଧରି ଜୀବନ ବଞ୍ଚାଇ ରହିଥିଲେ । ହୀରାକୁଦର ୪ଗେଟ୍ ଖୋଲାଥିବାରୁ ନଦୀର ସ୍ରୋତ ପ୍ରଖର ରହିଛି । ଫଳରେ ଯୁବତୀ ସେଠାରୁ ବାହାରି ନପାରି ସାହାଯ୍ୟ ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଏନେଇ କ୍ଷେତରାଜପୁର ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ଯୁବତୀଙ୍କୁ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ଯୁବତୀ ଜଣକ ହେଲେ ବରଗଡ଼ ଜିଲ୍ଲା ରେଙ୍ଗାଲୀ କ୍ୟାମ୍ପ ଅଞ୍ଚଳର ପ୍ରଭାବତୀ ସେଠ(୨୨) ବୋଲି ଜଣାପଡିଛି । ପ୍ରଭାବତୀ ସମ୍ବଲପୁରରେ ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ କୋଚିଂ ନେଉଛନ୍ତି। ତେବେ ଆଜି ସମ୍ବଲପୁରର ସମଲେଶ୍ୱରୀ ଘାଟକୁ ଗାଧେଇବାକୁ ଯାଇଥିବା ବେଳେ ଏଭଳି ଅଘଟଣା ଘଟିଥିଲା। ଉଦ୍ଧାର ପରେ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଇଥିବା ଜଣାପଡିଛି ।

Comments are closed.