ଟୋକିଓ ଅଲିମ୍ପିକ୍ସ: ବକ୍ସିଂରେ ଭାରତକୁ ପୁଣି ନିରାଶା, କ୍ୱାର୍ଟରରେ ହାରିଲେ ସତୀଶ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ବକ୍ସିଂ ଇଭେଣ୍ଟରେ ଭାରତର ଏକାଧିକ ପଦକ ଆଶା ମଉଳିବାରେ ଲାଗିଛି । ଗତକାଲି ବିଶ୍ୱର ନମ୍ବର ୱାନ ବକ୍ସର ଅମିତ ପଙ୍ଘାଲ ୫୨ କେଜି ବର୍ଗର ପ୍ରି-କ୍ୱାର୍ଟରରୁ ହାରି ବିଦାୟ ନେଇଥିବା ବେଳେ ଆଜି ସୁପରହେଭି ବର୍ଗ (୯୧ କେଜିରୁ ଊର୍ଦ୍ଧ୍ୱ)ର କ୍ୱାର୍ଟର ଫାଇନାଲରେ ମଧ୍ୟ ଭାରତକୁ ନିରାଶ ହେବାକୁ ପଡିିଛି । ଏହି ବର୍ଗରେ ଭାରତର ସତୀଶ କୁମାର ବିଶ୍ୱର ନମ୍ବର ୱାନ ବକ୍ସର ଉଜବେକିସ୍ତାନର ବାଖୋଦିର ଜାଲୋଲୋଭଙ୍କ ଠାରୁ ପରାସ୍ତ ହୋଇ ବାଦ୍ ପଡ଼ିଛନ୍ତି । ସତୀଶ ତାଙ୍କ ପ୍ରତିପକ୍ଷ ଜାଲୋଲୋଭଙ୍କ ଚ୍ୟାଲେଞ୍ଜ ପ୍ରତିହତ କରିବାକୁ ଯଥା ସମ୍ଭବ ଉଦ୍ୟମ କରିଥିଲେ । ଶେଷ ଯାଏଁ ଲଢ଼ିଥିଲେ ଏହି ଭାରତୀୟ ବକ୍ସର । କିନ୍ତୁ ଜାଲୋଲୋଭ ତାଙ୍କୁ ପ୍ରାଧାନ୍ୟ ବିସ୍ତାର କରିବାକୁ ସୁଯୋଗ ହିଁ ଦେଇନଥିଲେ । ପ୍ରି-କ୍ୱାର୍ଟର ମୁକାବିଲା ବେଳେ ସତୀଶଙ୍କ ମୁଣ୍ଡରେ ଓ ଆଖି ତଳେ ଆଘାତ ଲାଗିଥିଲା । ଆଜି କ୍ୱାର୍ଟର ଲଢ଼େଇ ବେଳେ ତାଙ୍କ ମୁଣ୍ଡରେ ଷ୍ଟିଚ୍ ପଡ଼ିଥିବା ଦେଖିବାକୁ ମିଳିଥିଲା ।

Comments are closed.