ମୌଳିକ ଅଧିକାର ଉଲ୍ଲଂଘନ ନେଇ ଦୁଇବର୍ଷରେ ୭୮୦୦ ଜନସ୍ୱାର୍ଥ ମାମଲା

ନୂଆଦିଲ୍ଲୀ: ନାଗରିକଙ୍କ ମୌଳିକ ଅଧିକାର ଉଲ୍ଲଂଘନ ନେଇ ସୁପ୍ରିମକୋର୍ଟ ଏବଂ ବିଭିନ୍ନ ହାଇକୋର୍ଟ ଗୁଡିକରେ ୨୦୧୯ରୁ ଏ ଯାଏଁ ୭୮୦୦ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କିଛି ହାଇକୋର୍ଟରେ ଏଭଳି ଜନସ୍ୱାର୍ଥ ମାମଲାର ସ୍ୱତନ୍ତ୍ର ଭାବେ ରେକର୍ଡ ରଖାଯାଉନଥିବା ବେଳେ ଅନ୍ୟ କେତେକ ହାଇକୋର୍ଟରେ ବାର୍ଷିକ ଆଧାରରେ କେତେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ତାର ହିସାବ ରଖାଯାଉନି ।

ଗତ ସପ୍ତାହରେ ଏ ସମ୍ପର୍କରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସରକାର ରାଜ୍ୟସଭାରେ ଏହି ତଥ୍ୟ ଦେଇଛନ୍ତି । ସରକାରଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୯ରୁ ଚଳିତ ବର୍ଷ ଜୁଲାଇ ଯାଏଁ ଦେଶର ସବୁ ହାଇକୋର୍ଟ ଗୁଡିକରେ ମୌଳିକ ଅଧିକାର ଉଲ୍ଲଂଘନ ନେଇ ୭୮୩୨ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସୁପ୍ରିମକୋର୍ଟରେ ଏହିଭଳି କେତେ ମାମଲା ରୁଜୁ ହୋଇଛି ତାର ରେକର୍ଡ ରଖାଯାଇନି ବୋଲି କୁହାଯାଇଛି

Comments are closed.