ଫୁଲବାଣୀ ସହରରେ ବଡ଼ ଧରଣର ଡକାୟତି

ଫୁଲବାଣୀ: ଫୁଲବାଣୀ ସହରରେ ବଡ଼ ଧରଣର ଡକାୟତି । ରିଭଲଭୋର୍ ମୁନରେ ଡକାୟତ ଦଳ ଲୁଟିଲେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା l ସହରର ପଟାବାଲି ସାହିରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ପ୍ରଶାନ୍ତ ପାଣିଗ୍ରାହୀ ଓରଫ୍ ମାଲୁ ପାଣିଗ୍ରାହୀଙ୍କ ଘରୁ ସଶସ୍ତ୍ର ଡକାୟତି l ସେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ,ହାତରେ ଆଘାତ ଲାଗିଛି l ରବିବାର ରାତି ପ୍ରାୟ ୯ଟା ବେଳର ଘଟଣା। ସଦର ଏସ୍ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ଙ୍କ ସହିତ ଆଦର୍ଶ ଟାଉନ ଥାନା ଅଧିକାରୀ ପହଞ୍ଚି କରୁଛନ୍ତି ତଦନ୍ତ। ୯୦ ଭରିରୁ ଅଧିକ ସୁନା ଗହଣା ଓ ନଗଦ ପ୍ରାୟ ୯ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଥାନାରେ ଏତଲା। ପୁଲିସର ତଦନ୍ତ ଜାରି।

Comments are closed.