ଖରାପ ଟାଇମିଂ ସହ ୨୦୦ ମିଟର ଦୌଡରେ ବି ହିଟ୍‌ରେ ହିଁ ହାରିଲେ ଭାରତର ‘ଦ୍ରୁତତମ ଧାବିକା’

ଟୋକିଓ – ୧୦୦ ମିଟର ପରେ ୨୦୦ ମିଟରରେ ମଧ୍ୟ ଦୂତି ଚାନ୍ଦ ବିଫଳ । ଟୋକିଓ ଅଲିମ୍ପିକ୍ସର ମହିଳା ୨୦୦ ମିଟର ଦୌଡରେ ବି ବିଫଳ ହୋଇଛନ୍ତି ଦୂତି । ହିଟ୍ -୪ରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି ଚାନ୍ଦ । ୨୩ ଦଶମିକ ୮୫ ସେକେଣ୍ଡରେ ଦୌଡ ପୂରଣ କରିଥିଲେ ଦୂତି, ଯାହା କି ତାଙ୍କର ଶ୍ରେଷ୍ଠ ଟାଇମିଂଠାରୁ ଅଧିକ । ୧୦୦ ମିଟର ଦୌଡରେ ମଧ୍ୟ ହିଟରୁ ବିଦାୟ ନେଇଥିଲେ ଦୂତି । ଲଗାତର ଦୁଇଟି ଅଲିମ୍ପିକ୍ସରେ ହିଟ୍ସରରେ ହାରିଥିଲେ ଦୂତି । ଭାରତର ଶ୍ରେଷ୍ଠ ଧାବିକା ଦୂତି ଚାନ୍ଦ ଏଥର ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲେ । ହେଲେ ଉନ୍ନତ ବିଶ୍ୱମାନ୍ୟତା ବଳରେ ତାଙ୍କୁ ଟୋକିଓ ଟିକେଟ ମିଳିଥିଲା ।

Comments are closed.