କଲେଜ, ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଆଜି ନିଷ୍ପତ୍ତି ସମ୍ଭାବନା

ଭୁବନେଶ୍ୱର- ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ସଂପର୍କରେ ଆଜି ନିଷ୍ପତ୍ତି ନିଆଯାଇପାରେ । ଏସବୁ ଶିକ୍ଷାନୁଷ୍ଠାନ କେବେ ଓ କେମିତି ଖୋଲିବ , ସେ ସଂପର୍କରେ ନିଷ୍ପତ୍ତି ହେବ । ଇଞ୍ଜିନିୟରିଂ କଲେଜ, ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡିକୁ ଖୋଲିବା ଦିଗରେ ବିଭାଗ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ । ଶିକ୍ଷାନୁଷ୍ଠାନ ଖୋଲିଲେ ବି ସେମାନଙ୍କ ପରୀକ୍ଷା ଅନଲାଇନରେ ହେବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି ।

ୟୁଜି ଓ ପିଜି ଶେଷ ବର୍ଷର ପିଲାଙ୍କ ପରୀକ୍ଷା ଅନଲାଇନରେ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇସାରିଛି । ପରୀକ୍ଷୀ ଅଗଷ୍ଟ ଶେଷ ସୁଦ୍ଧା ସରିବ । ଏଣେ ପ୍ରଥମରୁ ଅଷ୍ଟମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ସ୍କୁଲ ଖୋଲିବାକୁ ବିଚାର ଚାଲିଛି । ଆସନ୍ତା ୧୬ ତାରିଖରୁ ନବମ ଶ୍ରେଣୀ କ୍ଲାସରୁମ ପାଠପଢା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛିବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି ।

Comments are closed.