ବେଆଇନ ଆଇଟି ନିୟମ ଅଧୀନରେ ମାମଲା ରୁଜୁ ପ୍ରସଙ୍ଗ: ସବୁ ରାଜ୍ୟ ମାନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଆଇଟି ଆଇନର ଉଚ୍ଛେଦ ଧାରା ୬୬-ଏ ଅଧୀନରେ ଏବେ ବି ଦେଶର ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହେଉଥିବାରୁ ସୁପ୍ରିମକୋର୍ଟ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ଏନେଇ ଆଜି ସର୍ବୋଚ୍ଚ ନ୍ୟାୟାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନୋଟିସ୍ ଜାରି କରିଛନ୍ତି ।

ଏହି ପ୍ରସଙ୍ଗରେ ସବୁ ହାଇକୋର୍ଟ ମାନଙ୍କର ରେଜିଷ୍ଟ୍ରାର-ଜେନେରାଲ ମାନଙ୍କୁ ମଧ୍ୟ ନୋଟିସ୍ ଜାରି କରି ଏ ବାବଦରେ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି ।
ଅନଲାଇନରେ ଲୋକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାରକୁ ସୁରକ୍ଷା ଦେବା ପାଇଁ ଆଇଟି ଆଇନର ଧାରା ୬୬-ଏ’କୁ ସୁପ୍ରିମକୋର୍ଟ ୨୦୧୫ରେ ଉଚ୍ଛେଦ କରିଥିଲେ । କିନ୍ତୁ ଏବେ ବି ଦେଶର ବିଭିନ୍ନ ରାଜ୍ୟରେ ଏହି ବେଆଇନ ଧାରା ଅଧୀନରେ ମାମଲା ରୁଜୁ କରାଯାଉଛି । ଏନେଇ ନିକଟରେ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ସୂଚନା ଅନୁସାରେ ଏହି ଅବୈଧ ଆଇନାନୁସାରେ ଦେଶର ବିିଭିନ୍ନ ସ୍ଥାନରେ ୧୦୦୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଛି ।

Comments are closed.