ଆଜି ‘ଇ-ରୁପି’ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ଇ-ଭାଉଚର ଆଧାରିତ ଡିଜିଟାଲ ପେମେଣ୍ଟ ସେବା ଇ-ରୁପି (ଇ-ରୁପି)ର ଉଦଘାଟନ କରିବେ। ଇ-ରୁପି ହେଉଛି ଏକ ପ୍ରିପେଡ୍ ଇ-ଭାଉଚର୍, ଯାହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ( ଏନସିପିଆଇ) ଦ୍ୱାରା ବିକଶିତ । ଏହା ମାଧ୍ୟମରେ କ୍ୟାଶଲେସ୍ ଏବଂ କଣ୍ଟାକ୍ଟଲେସ୍ ପେମେଣ୍ଟ କରାଯାଇପାରିବ । ସରକାରଙ୍କ କହିବାନୁସାରେ, ଏହା ଯୋଜନାର ଲାଭକୁ ଶେଷ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ସହାୟକ ହେବ ।

ଇ-ରୁପି ଏକ ନଗଦବିହୀନ ଏବଂ ଯୋଗାଯୋଗ ବିହୀନ ପେମେଣ୍ଟ ସିଷ୍ଟମ । ଏହା ସିଧାସଳଖ ସେବା ପ୍ରଦାନକାରୀ ଏବଂ ଗ୍ରହୀତାଙ୍କୁ ସଂଯୋଗ କରେ | ଏହା ସହିତ ସରକାରୀ ଯୋଜନାର ଲାଭ ସିଧାସଳଖ ହିତାଧିକାରୀଙ୍କ ନିକଟକୁ ଯିବ। ଏହା ଏକ କ୍ୟୁଆର୍ କୋଡ୍ କିମ୍ବା ଏସ୍ଏମ୍ଏସ୍ ଷ୍ଟ୍ରିଙ୍ଗ-ଆଧାରିତ ଇ-ଭାଉଚର୍, ଯାହା ହିତାଧିକାରୀଙ୍କ ମୋବାଇଲକୁ ସିଧାସଳଖ ପଠାଯାଏ | ଏହି ଓ୍ବାନ ଟାଇମ୍ ପେମେଣ୍ଟ ସେବା ଦ୍ବାରା ଉପଭୋକ୍ତାମାନେ କୌଣସି କାର୍ଡ, ଡିଜିଟାଲ୍ ପେମେଣ୍ଟ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବିନା ଭାଉଚର୍ ରି-ଡିମ୍ କରିବାକୁ ସମର୍ଥ ହେବେ |

Comments are closed.