ରାଜଧାନୀରେ ନଗଦ ୩୦ ଲକ୍ଷ ଟଙ୍କା ଭର୍ତି ବ୍ୟାଗ୍ ସହ ଯୁବକ ଅଟକ

ଭୁବନେଶ୍ୱର- ରାଜଧାନୀରୁ ନଗଦ ୩୦ ଲକ୍ଷ ଟଙ୍କା ସହ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ତପୋବନ ପେଟ୍ରୋଲ ପମ୍ପ ନିକଟରୁ ସଂପୃକ୍ତ ଯୁବକକୁ ଧରିଛି ପୋଲିସ । ଅଖା ବ୍ୟାଗରେ ଟଙ୍କା ରଖି ଗାଡିକୁ ଅପେକ୍ଷା କରିଥିବା ବେଳେ ପୋଲିସ ସେହି ଯୁବକଙ୍କୁ ଅଟକ ରଖିଥିଲା ।

ମହାବୀର ଦାସ ନାମକ ଯୁବକ ଟଙ୍କା ନେଇ ପାରଳାଖେମୁଣ୍ଡିରୁ ବସରେ ଭୁବନେଶ୍ୱର ଆସିଥିଲେ । ତେବେ ଥାନାରେ ଖୁସବୁ ପ୍ରଡକ୍ଟର ମାଲିକ ପ୍ରଳୟ ପାଢୀ ପହଂଚିଛନ୍ତି । ଲକଡାଉନ ଯୋଗୁଁ ଟଙ୍କା ଆଦାୟ ହୋଇ ପାରି ନ ଥିଲା । ଏଣୁ ମହାବୀର ଟଙ୍କା ଆଦାୟ ପାଇଁ ଯାଇଥିଲେ ବୋଲି ସେ କହିବା ସହ ଏ ନେଇ କାଗଜପତ୍ର ଦେଖାଇବୁ ବୋଲି କହିଛନ୍ତି । ଅନ୍ୟପଟେ ଜବତ ଟଙ୍କା ସଂପର୍କରେ ଆୟକର ବିଭାଗକୁ ଅବଗତ କରିଛି ଖଣ୍ଡଗିରି ପୋଲିସ ।

Comments are closed.