୪ ଘଂଟାର ମାରାଥନ ଜେରା ପରେ କମେଡିଆନ ଭାରତୀ ସିଂହ ଗିରଫ

ମୁମ୍ବାଇ – ଡ୍ରଗ୍ସ ସେବନ ମାମଲାରେ ୪ ଘଂଟା ଧରି ମାରାଥନ ଜେରା ପରେ କମେଡିଆନ ଭାରତୀ ସିଂହଙ୍କୁ ଗିରଫ କରିଛି ନାରୋକୋଟିକ୍ସ କଂଟ୍ରୋଲ ବ୍ୟୁରୋ –ଏନସିବି । ସ୍ୱାମୀ ହର୍ଷଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଜି ସକାଳେ ଭାରତୀଙ୍କ ଅନ୍ଧେରୀ ସ୍ଥିତ ଘରେ ଚଢାଉ କରି ଗଞ୍ଜେଇ ଜବତ କରିଥିଲା ଏନସିବି । ଭାରତୀ ଓ ତାଙ୍କ ସ୍ୱାମୀ ଗଂଜେଇ ସେବନ କରୁଥିବା କଥା ସ୍ୱୀକାର କରିଛନ୍ତି । ଲାପଟପ ଜବତ କରାଯିବା ସହ ଭାରତୀଙ୍କୁ ମାରାଥମ ଜେରା କରାଯାଇଥିଲା ।

Comments are closed.