କୋଭିଡ କଟକଣା ସହ ବିନା ଭକ୍ତରେ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ପାଳନ

ପୁରୀ – କୋରୋନା କଟକଣା ଯୋଗୁଁ ରାଜ୍ୟର ବିଭିନ୍ନ ମନ୍ଦିରରେ ପବିତ୍ର ଅଁଳା ନବମୀ ପାଳନ ଫିକା ପଡିଯାଇଛି । କୋରୋନା ପାଇଁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ମନା ହୋଇଛି ।

ପୁରୀ ଜିଲ୍ଲା ସାକ୍ଷୀଗୋପାଳର ପ୍ରସିଦ୍ଧ ଗୋପାଳଜୀଉ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ଭିଡ ହେଉଥିଲେ ମଧ୍ୟ କୋରୋନା କଟକଣା ଯୋଗୁଁ ଏଥର କେବଳ ନିରାଡମ୍ବର ଭାବେ ବିନା ଭକ୍ତରେ ନୀତିକାନ୍ତି ସଂପନ୍ନ ହେବ । ସାକ୍ଷୀଗୋପାଳ ମନ୍ଦିର ପରିସେ ମଧ୍ୟରାତିରୁ ୧୪୪ ଧାରା ଜାରି କରାଯାଇଛି ।

ଚନ୍ଦନପୋଖରୀଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ ମନ୍ଦିର ଚାରିପାଖ ୨୦୦ ମିଟର ଯାଏଁ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି । ୨୫ ତାରିଖ ଯାଏଁ ଏହି କଟକଣା ଜାରି ରହିବ ।

Comments are closed.