ବରଗଡ- ରବିବାର ବିଳମ୍ବିତ ରାତିରେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉପର ମହଲାରେ ଥିବା ଶିଶୁ ବିଭାଗ ୱାର୍ଡରେ ନିଆଁ ଲାଗିଯିବାରୁ ବହୁ ଔଷଧପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ଯାଇଛି । ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀମାନଙ୍କୁ ଦୀର୍ଘ ଦୁଇ ତିନି ଘଂଟା ପରିଶ୍ରମ କରିବାକୁ ପଡିଥିଲା । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ନିଆଁରେ ପୋଡିଯାଇଥିବା ଔଷଧପତ୍ର ଓ ଅନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
Comments are closed.