ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ବିଧାନସଭାରେ ଗୃହୀତ, ସରକାରୀ କର୍ମଚାରୀଙ୍କ ଧର୍ମଘଟ ଉପରେ ଅଙ୍କୁଶ, ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଜେଲ୍

ଭୁବନେଶ୍ୱର- ବିଧାନସଭାରେ ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ଗୃହୀତ ହୋଇଛି । ଫଳରେ ଏବେ କର୍ମଚାରୀଙ୍କ ଧର୍ମଘଟ ଉପରେ ଅଙ୍କୁଶ ଲାଗିବ । ଧର୍ମଘଟ ପାଇଁ ଲୋକଙ୍କ ସୁରକ୍ଷା ବିପନ୍ନ ହେଲେ ଦଣ୍ଡ ବ୍ୟବସ୍ଥା ହେବ । ବେଆଇନ ଧର୍ମଘଟକୁ ପ୍ରୋତ୍ସାହନ ଦେଲେ କିମ୍ବା ଆର୍ଥିକ ସହଯୋଗ କଲେ ଜେଲ୍ ଦଣ୍ଡ ହେବ । ଏଥିପାଇଁ ବର୍ଷେ କିମ୍ବା ୫ ହଜାର ଟଙ୍କା ଯାଏଁ ହେବ ଜୋରିମାନା । ଅଗ୍ନି ନିରାପତା, ଅବକାରୀ, ଜଙ୍ଗଲ ବିଭାଗ, କାରାଗାର ସଂସ୍କାର, ଇଲେକଟ୍ରୋନିକସ, ସୂଚନା ଓ ଯୋଗାଯୋଗ ବିଭାଗକୁ ଅତ୍ୟାବଶ୍ୟକ ସେବାରେ ସାମିଲ କରାଯାଇଛି ।

Comments are closed.