ବ୍ରହ୍ମୋସ୍ ନୂଆ ଭର୍ସନର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ – ଭାରତ ଆଜି ଆଣ୍ଡାମାନ-ନିକୋବର ଉପକୂଳରେ ବ୍ରାହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଏହା ଏକ ନୂଆ ତଥା ଲ୍ୟାଣ୍ଡ୍ ଭର୍ସନ୍ । ସକାଳ ୧୦ଟାରେ ହୋଇଥିବା ପରୀକ୍ଷଣରେ ବ୍ରାହ୍ମୋସ୍ କ୍ଷେପଣାସ୍ତ୍ର ସଫଳତାର ସହ ନିଜ ଟାର୍ଗେଟ୍‌କୁ ଧ୍ୱଂସ କରିଥିଲା । ଭାରତୀୟ ସେନା ବାହିନୀ ଦ୍ୱାରା ଏହି ପରୀକ୍ଷଣ କରାଯାଇଥିଲା ।

ପରୀକ୍ଷଣ ସମୟରେ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ (ଡିଆରଡିଓ)ର ବୈଜ୍ଞାନିକ ମଧ୍ୟ ଉପସ୍ଥିତ ଥିଲେ । ବ୍ରହ୍ମୋସ କ୍ଷେପଣାସ୍ତ୍ରର ଏହି ନୂଆ ଭର୍ସନର ଲକ୍ଷଭେଦ କ୍ଷମତା ୪୦୦ କିଲୋମିଟର । ନିକଟରେ ଭାରତ କ୍ୟୁଆରଏସଏମ କ୍ଷେପଣାସ୍ତ୍ରର ବି ସଫଳ ପରୀକ୍ଷଣ କରିଥିଲା ।

Comments are closed.