କଟକ ନୟାସଡକ ଅର୍ଥଲଗାଣକାରୀ ସଂସ୍ଥାରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ

ଭୁବନେଶ୍ୱର- କଟକ ନୟାସଡକ ସ୍ଥିତ ଏକ ଅର୍ଥ ଲଗାଣକାରୀ ସଂସ୍ଥା-ଆଇଆଇଏଫଏଲରୁ ଗତ ୧୯ ତାରିଖରେ ଚୋରି ଘଟଣାର ପର୍ଦାଫାସ କରିଛି ଟ୍ୱିନସିଟି କମିସନରେଟ ପୋଲିସ । ଏ ବାବଦରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ବିଧାନସଭାରେ ସୂଚନା ଦେଇଛନ୍ତି ।

କମିଶନରେଟ ପୋଲିସ ମଧ୍ୟ ଏ ବାବଦରେ ଟ୍ୱିଟ୍ କରିଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ, କଟକ ଡିସିପିଙ୍କ ନେତୃତ୍ୱରେ ଏକ ଟିମ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ କରି ଏଥିରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଦୁଇଟି ମୋଟର ସାଇକେଲ ଓ ବିପୁଳ ପରିମାଣର ସୁନା ଜବତ କରାଯାଇଥିବା ନେଇ ମଧ୍ୟ ପୋଲିସ କମିଶନର ସୂଚନା ଦେଇଛନ୍ତି । ଏଭଳି ଏକ ଚାଂଚଲ୍ୟକର ଳୁଟ୍ ଘଟଣା ରେକର୍ଡ ସମୟରେ ସମାଧାନ କରାଯାଇଛି ବୋଲି ସେ କହିଛନ୍ତି । ଗତ ୧୯ ତାରିଖରେ ଆଇଆଇଏଫଏଲରୁ ପାଖାପାଖି ୧୦ କୋଟି ଟଙ୍କାର ସୁନା ଅଳଙ୍କାର ଓ ସାଢେ ଚାରି ଲକ୍ଷ ଟଙ୍କା ନଗଦ ଲୁଟ ହୋଇଥିଲା ।

Comments are closed.