ଆଇଆଇଏଫଏଲ ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ସମେତ ୬ ଗିରଫ, ଲୁଟ୍‌ରେ ସହଯୋଗ କରିଥିଲେ ମହିଳା ସହକର୍ମୀ

କଟକ – କଟକ ଆଇଆଇଏଫଏଲ ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ଗିରଫ ହୋଇଛି । ଅମ୍ରିତ ରାୟ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ଅମ୍ରିତଠାରୁ ଅଡି କାର୍ ଓ ବୁଲେଟ ଜବତ କରାଯାଇଛି । ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ଯେ, ଜବତ ଗାଡି ଅନ୍ୟ ନାଁରେ କିଣି ନିଜେ ରଖିଥିଲା ଅମ୍ରିତ । ଲୁଟ୍ କାମରେ ଅମ୍ରିତକୁ ଜଣେ ମହିଳା ସହଯୋଗ କରିଥିଲେ । ମହିଳା ଜଣକ ସେହି ସଂସ୍ଥାର ଜଣେ କର୍ମଚାରୀ ଓ ତାଙ୍କ ପାଖରେ ଲକର ଚାବି ରହୁଥିଲା । ସଂପୃକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଜବତ ପ୍ରକ୍ରିୟା ଜାରି ରହିଛି ବୋଲି ଡିସିପି ପ୍ରତୀକ କହିଛନ୍ତି ।

Comments are closed.