କଲେଜ ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୨୫ ଛାତ୍ର ଅସୁସ୍ଥ

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର କସ୍ତୁରବା ସରକାରୀ କଲେଜର ଏକ ଲ୍ୟାବରେ କେମିକାଲ ଗ୍ୟାସ ଲିକ୍ ହେବା ଯୋଗୁଁ ଅତି କମରେ ୨୫ ଜଣ ଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ସୂଚନା ଅନୁଯାୟୀ ଏହି ଘଟଣା ଶୁକ୍ରବାର ଅପରାହ୍ନରେ ଘଟିଛି। ଛାତ୍ରମାନେ ମୁଣ୍ଡ ବୁଲାଇବା ଓ ବାନ୍ତି ଲାଗୁଥିବା ଅଭିଯୋଗ କରିବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲ୍ୟାବରେ କେଉଁ ଗ୍ୟାସ୍ ଲିକ୍ ହୋଇଛି ଏହା ଜାଣିବା ପାଇଁ ବିପର୍ଯ୍ୟୟ ପରିଚାଳନା ଦଳ ପହଞ୍ଚି ଯାଞ୍ଚ୍ ଆରମ୍ଭ କରିଛି।

ଏହା ପୂର୍ବରୁ ଅକ୍ଟୋବର ୧୪ରେ ତାମିଲନାଡୁର ହୋସୁର ଜିଲ୍ଲାର କର୍ପୋରେସନ୍ ମିଡିଲ୍ ସ୍କୁଲର ପ୍ରାୟ ୧୦୦ ଜଣ ଛାତ୍ରଙ୍କ ଏକ ସେପ୍ଟିକ୍ ଟ୍ୟାଙ୍କରୁ ଗ୍ୟାସ୍ ଲିକ୍ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ। କିଛି ଛାତ୍ର ଶ୍ରେଣୀରେ ବାନ୍ତି କରିଥିଲେ, କିନ୍ତୁ କାହା ପାଖରେ ଗୁରୁତର ଲକ୍ଷଣ ଦେଖାଯାଇ ନଥିଲା |

ଅନ୍ୟପକ୍ଷରେ, ଅକ୍ଟୋବର ୨୭ରେ ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ମଦର ଇଣ୍ଡିଆ କଲୋନୀରେ ମ୍ୟୁନିସିପାଲିଟି କର୍ପୋରେସନର ୱାଟର ଫିଲ୍ଟର ପ୍ଲାଣ୍ଟରୁ କ୍ଲୋରାଇନ୍ ଗ୍ୟାସ୍ ଲିକ୍ ହେବାରୁ ଲୋକମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଏବଂ ଆଖି ପୋଡୁଥିବା ଅଭିଯୋଗ କରିଥିଲେ | ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ।

Comments are closed.