ଚନ୍ଦା କୋଚରଙ୍କୁ ଝଟ୍‌କା: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ଆଇସିଆଇସିଆଇ ବ୍ୟାଙ୍କ୍ ର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କୁ ଆଜି ବଡ଼ ଝଟକା ଲାଗିଛି । ତାଙ୍କ ବହିଷ୍କାରକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପୂର୍ବରୁ ବମ୍ବେ ହାଇକୋର୍ଟ ମଧ୍ୟ ତାଙ୍କ ଆବେଦନ ଖାରଜ କରିଥିଲେ । ବେଆଇନ ଋଣ କାରବାର ମାମଲାରେ ଚନ୍ଦା କୋଚରଙ୍କ ସମେତ ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ୍ ଗ୍ରୁପ୍‌ର ଡାଇରେକ୍ଟର ବେଣୁଗୋପାଳ ଧୂତଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଆଇନ୍ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତବର୍ଷ ମାମଲା ରୁଜୁ କରିଥିଲା ।

ଏହି ମାମଲାରେ ଦୀପକଙ୍କୁ ସେପ୍ଟେମ୍ବରରେ ଗିରଫ କରାଯାଇଥିଲା । ଚନ୍ଦାଙ୍କ କାର୍ଯ୍ୟକାଳରେ ଆଇସିଆଇସିଆଇ ବ୍ୟାଙ୍କ୍ ଭିଡିଓକନ୍ ଗ୍ରୁପକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ପ୍ରାୟ ୨୦୦୦ କୋଟି ଋଣ ମଞ୍ଜୁର କରିଥିଲା ବୋଲି ଅଭିଯୋଗ ହୋଇଥିଲା । ଏହି ଋଣ ମଞ୍ଜୁର କଲାବେଳେ ସେ ବ୍ୟାଙ୍କର ବୋର୍ଡ ଅଫ୍ ଡାଇରେକ୍ଟର ସହ ପରାମର୍ଶ କରିନଥିବା ଅଭିଯୋଗ ହୋଇଥିଲା । ଉଲ୍ଲେଖଯୋଗ୍ୟ, ଭିଡିଓକନ୍ ଗ୍ରୁପ୍‌ରେ ଚନ୍ଦାଙ୍କ ସ୍ୱାମୀ ଦୀପକ ବି ଜଣେ ଅଂଶୀଦାର ଥିଲେ ।

Comments are closed.