ଓଏଚଆରସିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ବିଜୟ କ୍ରିଷ୍ଣା ପଟେଲ

ଭୁବନେଶ୍ୱର –ଜଷ୍ଟିସ ବିଜୟ କ୍ରିଷ୍ଣା ପଟେଲ ଆଜି ଓଡିଶା ମାନବାଧିକାର କମିଶନ ( ଓଏଚଆରସି )ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଜଷ୍ଟିସ ବି.ପି ଦାସଙ୍କ ସ୍ଥାନ ନେଇଛନ୍ତି, ଯିଏ କି ଗତ ୧୪ ତାରିଖରେ ଅବସର ଗ୍ରହଣ କରିଥିଲେ । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପଟେଲଙ୍କୁ ନଭେମ୍ବର ୨୭ ତାରିଖରେ ଓଏଚଆରସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଜଷ୍ଟିସ ପଟେଲଙ୍କ ନାଁରେ ମୋହର ମାରିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହାକୁ ଅନୁମୋଦନ କରିଥିଲେ ।

ଓଡିଶା ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ପଟେଲ ୨୦୦୮ ମସିହା ଜାନୁଆରୀ ୧୭ରୁ ୨୦୧୫ ଜାନୁଆରୀ ୨୩ ଯାଏଁ ହାଇକୋର୍ଟର ବିଚାରପତି ରହିଥିଲେ । ପୂର୍ବରୁ ସେ ଓଡିଶା ସରକାରଙ୍କ ବିଧି ବିଭାଗର ପ୍ରମୁଖ ସଚିବ ଭାବେ ୨୦୦୭ ମସିହା ମେ ୨ ତାରିଖରୁ ୨୦୦୮ ମସିହା ଜାନୁଆରୀ ୧୬ ତାରିଖ ଯାଏଁ ରହିଥିଲେ ।

Comments are closed.