ଓଡ଼ିଶା ସରକାରଙ୍କ ସ୍ୱାଗତଯୋଗ୍ୟ ନିଷ୍ପତ୍ତି: ରାଜ୍ୟରେ ଏଣିକି ୪୦୦ ଟଙ୍କାରେ ଆରଟିି-ପିସିଆର ଟେଷ୍ଟ

ଭୁବନେଶ୍ୱର – ଏକ ଗୁରୁତ୍ୱପୂର୍ଣ୍ଣ ତଥା ସ୍ୱାଗତଯୋଗ୍ୟ ନିଷ୍ପତ୍ତି କ୍ରମେ ରାଜ୍ୟ ସରକାର କରୋନ ସଂକ୍ରମଣ ଚିହ୍ନଟ ପାଇଁ ଉଦ୍ଦିଷ୍ଟ ଆରଟିି-ପିସିଆର ଟେଷ୍ଟ ଦାମ୍ କମାଇଛନ୍ତି । ଏଣିକି ରାଜ୍ୟର ସମସ୍ତ ଘରୋଇ ଲ୍ୟାବରେ ମାତ୍ର ୪୦୦ ଟଙ୍କାରେ ଆରସି-ପିସିଆର ଟେଷ୍ଟ କରାଯାଇପାରିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ଅନୁସାରେ ଘରୋଇ ଲ୍ୟାବ୍‌ରେ ଆରଟି-ପିସିଆର ଟେଷ୍ଟ ପାଇଁ ୪୦୦ ଟଙ୍କା ଦେବାକୁ ପଡିବ । ଜିଏସଟି ସହ ଆରଟି-ପିସିଆର ଦାମ ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଘରୋଇ ଲ୍ୟାବରେ ଆରଟି-ପିସିଆର ଟେଷ୍ଟ ପାଇଁ ପୂର୍ବରୁ ଲୋକଙ୍କୁ ୨୦୦୦ରୁ ୨୫୦୦ ଟଙ୍କା ଦେବାକୁ ପଡୁଥିଲା । ଏବେ ଏହି ଟେଷ୍ଟ ମୂଲ୍ୟ ରାଜ୍ୟ ସରକାର ପୁନଃଧାର୍ଯ୍ୟ କରିଥିବାରୁ ସାଧାରଣ ଲୋକ ଆଶ୍ୱସ୍ତ ହୋଇଛନ୍ତି ।

ନିକଟରେ ଏକ ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ସାରା ଦେଶରେ ଆରଟି-ପିସିଆର ଟେଷ୍ଟ ମୂଲ୍ୟ ୪୦୦ ଟଙ୍କା ଧାର୍ଯ୍ୟ କରିବାକୁ କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କ ଠାରୁ ଜବାବ ଲୋଡିଥିଲେ । ପ୍ରଥମେ ଦିଲ୍ଲୀ ସରକାର ଏହି ଟେଷ୍ଟର ମୂଲ୍ୟ ହ୍ରାସ କରି ୮୦୦ ଟଙ୍କା ଧାର୍ଯ୍ୟ କରିଥିଲେ । ଏବେ ଓଡ଼ିଶା ସରକାର ଆଉ ପାଦେ ଆଗେଇ ଯାଇ ଏହାକୁ ୪୦୦ ଟଙ୍କାରେ ସୀମିତ ରଖିଛନ୍ତି ।

Comments are closed.