ଫାଇଜର ଟିକାର ବ୍ୟବହାର ପାଇଁ ଅନୁମତି ଦେଲା ବ୍ରିଟେନ

ଲଣ୍ଡନ – କୋରୋନା ଟିକା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । କୋରୋନା ଟିକା ‘ଫାଇଜର’କୁ ବ୍ରିଟେନ ସରକାର ଅନୁମତି ଦେଇଛନ୍ତି । ଆସନ୍ତା ସପ୍ତାହରେ ବ୍ରିଟେନର ଉପଲବ୍ଧ ହେବ ଫାଇଜର ଟିକା । ପ୍ରଥମ କୋଭିଡ ଟିକା ଭାବେ ବ୍ୟବହାର ପାଇଁ ଫାଇଜର ଟିକା ଅନୁମତି ପାଇଛି । କୋରୋନା ଟିକାର ୪୦ ନିୟୁତ ଡୋଜ ପାଇଁ ବ୍ରିଟେନ ସରକାର ଅର୍ଡର ଦେଇଛନ୍ତି । ଫାଇଜର ଟିକା ୯୫ ପ୍ରତିଶତ ପ୍ରଭାବଶାଳୀ ବୋଲି କଂପାନି ଦାବି କରିଛି ।

Comments are closed.