ଦେଶର ସବୁ ପୋଲିସ ଥାନାରେ ସିସିଟିଭି ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାରା ଦେଶରେ ପୋଲିସ ଥାନାରେ ସିସିଟିଭି କ୍ୟାମେରା ଲଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଷ୍ଟେସନରେ ଅଡିଓ ରେକର୍ଡିଂ ସହିତ ସିସିଟିଭି କ୍ୟାମେରା ଲଗାଇବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସିବିଆଇ, ଏନଆଇଏ, ଇଡି, ଏନସିବି, ରାଜସ୍ୱ ଇଣ୍ଟେଲିଜେନ୍ସ ଏବଂ ସିରିିିୟସ ଫ୍ରଡ୍ ଇନଭେଷ୍ଟିଗେସନ କାର୍ଯ୍ୟାଳୟରେ ଅଡିଓ ରେକର୍ଡିଂ ସହିତ ସିସିଟିଭି କ୍ୟାମେରା ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି କ୍ୟାମେରା ଗୁଡିକ ପୋଲିସ ଷ୍ଟେସନ, ଲକଅପ୍, କରିଡର, ଲବି, ରିସେପ୍ସନ୍ ଏରିଆ, ସବ୍ ଇନ୍ସପେକ୍ଟର ଏବଂ ଇନ୍ସପେକ୍ଟରଙ୍କ କୋଠରୀ, ପୋଲିସ୍ ଷ୍ଟେସନ ବାହାରେ, ୱାଶରୁମ୍ ବାହାରେ ଲଗାଯିବା ଉଚିତ୍।

କୋର୍ଟ କହିଛନ୍ତି, ସିସିଟିଭି କ୍ୟାମେରାର ରେକର୍ଡିଂକୁ ୧୮ ମାସ ପର୍ଯ୍ୟନ୍ତ ରଖିବାକୁ ହେବ। ଏହା ସହ ପ୍ରତ୍ୟେକ ଜିଲ୍ଲାରେ ମାନବ ଅଧିକାର ଅଦାଲତ ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜେଲରେ ନିର୍ଯାତନା ସଂକ୍ରାନ୍ତୀୟ କୌଣସି ଅଭିଯୋଗ ଏହି କୋର୍ଟରେ ଶୁଣାଣି କରାଯିବା ଉଚିତ୍ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

Comments are closed.