କାଶ୍ମୀର: ଅନୁପ୍ରବେଶ ଉଦ୍ୟମ ପଣ୍ଡ, ତିନି ଲଶ୍କର ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଗୁରୁବାର ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାରେ ସୁରକ୍ଷା ବାହିନୀ ପାକିସ୍ତାନପଟୁ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି। ସୁରକ୍ଷା ବାହିନୀର ଏହି ଅପରେସନରେ ତିନି ଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀ ନିପାତ ହୋଇଛନ୍ତି । ପୋଲିସର ସୂଚନାନୁସାରେ, କୁପୱାରାର ଜୁମାଗୁଣ୍ଡ ଗ୍ରାମରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ନେଇ ଆମେ ସୂଚନା ପାଇଥିଲୁ, ଯାହା ପରେ ସେନା ଏବଂ ପୋଲିସ ଏହି ଅପରେସନ୍ କରିଥିଲେ।

ଆଇଜିପି କାଶ୍ମୀର ବିଜୟ କୁମାର କହିଛନ୍ତି ଯେ ନିହତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି। ଏନକାଉଣ୍ଟର ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଜବତ ହୋଇଛି। ଏହାପୂର୍ବରୁ ବୁଧବାର ଏକ ଏନକାଉଣ୍ଟରରେ ତିନି ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଥିଲେ। ଆଇଜିପି କାଶ୍ମୀର ବିଜୟ କୁମାର କହିଛନ୍ତି, ଚଳିତ ବର୍ଷ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ମୋଟ ୨୨ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।

Comments are closed.