କାଲିଠାରୁ ବିନା କୋଭିଡ ରିପୋର୍ଟରେ ଭକ୍ତ ଯାଇପାରିବେ ଶ୍ରୀମନ୍ଦିର, ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଚଂଳ ଡିଆଇଜି

ପୁରୀ- ଆସନ୍ତାକାଲିଠାରୁ ଶ୍ରୀମନ୍ଦିରକୁ ଭକ୍ତ ବିନା କୋଭିଡ ନେଗେଟିଭ ରିପୋର୍ଟରେ ଯାଇ ଦିଅଁ ଦର୍ଶନ କରିପାରିବେ । ଆଜି କେନ୍ଦ୍ରାଚଂଳ ଡିଆଇଜି ଆଶିଷ ସିଂହ ପୁରୀ ଯାଇ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଦର୍ଶନ ବ୍ୟବସ୍ଥା ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯାଇଛି । ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ । ଦୈନିକ ୩୦ ହଜାର ଭକ୍ତଙ୍କୁ ଶ୍ରୀମନ୍ଦିରରେ ଦର୍ଶନ ସୁଯୋଗ ମିଳିବ । ଭକ୍ତମାନଙ୍କୁ କୋଭିଡ କଟକଣା ମାନିବାକୁ ପଡିବ । ସକାଳ୬ରୁ ୭ଟା ମଧ୍ୟରେ କେବଳ ପୁରୀ ସହରର ଲୋକେ ଜଗା ଦର୍ଶନ କରିପାରିବେ ।

 

Comments are closed.