ବରଗଡ଼: ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁ ପ୍ରସ୍ତୁତି

ବରଗଡ଼: ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଇଗ ପ୍ରକାଶ କରିଛନ୍ତି । ଏପରି ସ୍ଥଳେ ରାଜ୍ୟରେ ଡିସେମ୍ବର 1ରୁ 7 ତାରିଖ ଯାଏଁ ସଡକ ଦୁର୍ଘଟଣାଜନିତ ମୃତ୍ୟୁଶୂନ୍ୟ ସପ୍ତାହ ପାଳନ କରାଯାଇଛି ।

ବରଗଡ ଜିଲ୍ଲାରେ ଦୁର୍ଘଟଣାଜନିତ ମୃତ୍ୟୁହାର କମ କରିବା ପାଇଁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଉଛି । ଗତ ୨୯ ତାରିଖରେ ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆଞ୍ଚଳିକ ପରିବହନ ଅଧିକାରୀ ସାବୁଆ ମାଝୀଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସପ୍ତାହ ଅବସରରେ ଆଇନ ଅବମାନନା କରୁଥିବା ଗାଡି ଚାଳକଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ନିଷ୍ପତି ହୋଇଥିଲା ।

ନଭେମ୍ବରରେ ଜିଲ୍ଲାରେ ୨୪ଟି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୨୦୨୩ ନଭେମ୍ବର ସୁଦ୍ଧା ଜିଲ୍ଲାରେ ସହକ ଦୁର୍ଘଟଣାରେ ମୋଟ ୧୦୨ ଜଣଙ୍କ ମୃତ୍ୟୁ ଘଟିଛି । ନଭେମ୍ବରରେ ହେଲମେଟ ନପିନ୍ଧିଥିବା ୨୫୨ ଜଣଙ୍କ ନାମରେ, ଅତ୍ୟଧିକ ବେଗରେ ଯାନ ଚଲାଇଥିବା ୩୦୦ ଜଣଙ୍କ ନାମରେ ଓ ୨୪ ଜଣଙ୍କ ନାମରେ ମଦ୍ୟପାନ କରି ଗାଡି ଚଳାଇଥିବା ଅପରାଧରେ ମକଦ୍ଦମା ରୁଜୁ ହୋଇଥିଲା, ଏବଂ ୩୬ ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରିଯାଇଥିଲା । ଜାନୁଆରୀରୁ ନଭେମ୍ବର ପର୍ଯ୍ୟନ୍ତ ମଦ୍ୟପାନ କରି ଗାଡି ଚଳାଇଥିବା ମାମଲାରେ ୨୨୧ ଜଣ ଧରା ପଢିଥିଲେ । କୌଣସି ବ୍ୟକ୍ତି ଅତ୍ୟକ ବେଗରେ ଗାଢି ଚଳାଇ ପାରିବେ ନାହିଁ, ଗାତିର ଆବଶ୍ୟକୀୟ କାଗଜ ପତ୍ର ଓ ଲାଇସେନ୍ସ ବା ଅତ୍ୟନ୍ତ ଜରୁରୀ ।

୧୮ ବର୍ଷରୁ କମ ବୟସ ପିଲାମାନଙ୍କୁ ଯାନବାହନ ଚଳାଇବା ନିଷେଧ କରିବା ତଥା ନିଶାମୁକ୍ତ ଗାଡି ଚାଳନା ପାଇଁ ଅଧିକ ଗୁରୁତ୍ବ ଦିଆଯାଇଛି । ଚାରିଚକିଆ ଯାନରେ ସିଟ ବେଲ୍ଡ ବ୍ୟବହାର, ଧାର୍ଯ୍ୟ କ୍ଷମତା ଠାରୁ ଅକ ଯାତ୍ରୀ କିମ୍ବା ମାଲ ବୋହିବା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବା ସହିତ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ଇତ୍ୟାଦି ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି । ଏ ସବୁ ନିୟମ ପାଳନରେ ବେଖାତିର ଭାବ ପ୍ରଦର୍ଶନ କଲେ ଦଣ୍ଡିତ ହେବା ନିଶ୍ଚିତ, ବେପରୁଆ ଗାଡିଚାଳକ ଓ ଆଇନ ଉଲ୍ଲଙ୍ଘନକାରୀ ଚାଳକମାନେ ଏବେ ଠାରୁ ସାବଧାନ ହୋଇଯିବା ଉଚିତ ବୋଲି ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବୈଠକରେ ଜିଲ୍ଲାର ବହୁ ଅଧିକାରୀ ଯୋଗ ଦେଇଥିଲେ ।

Comments are closed.