ସରକାରୀ ଆୟୁର୍ବେଦିକ କଲେଜ ଓ ହସପିଟାଲ ଅଧ୍ୟକ୍ଷଙ୍କ ୩ଟି ବହୁ ମହଲା କୋଠା ଓ ୧୬ଟି ପ୍ଲଟ ଠାବ

ଭୁବନେଶ୍ୱର – ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍‌ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କର ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ପ୍ରଫେସର ସୁଦର୍ଶନ ବେହେରାଙ୍କର ତିନିଟି ବହୁତଳ କୋଠା ରହିଛି। ଗୋଟିଏ ୪ ମହଲା ବିଶିଷ୍ଟ କୋଠା ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବ୍ଳକ୍ ଛକ ନିକଟରେ ରହିଛି। ସତ୍ୟବାଦୀ ଶ୍ରୀରାମଚନ୍ଦ୍ରପୁରରେ ତାଙ୍କର ଏକ ଦୁଇ ମହଲା କୋଠା ଓ ଗୋପର ସୋରିଷପଦାରେ ମଧ୍ୟ ତାଙ୍କର ଏକ କୋଠା ଠାବ କରାଯାଇଛି।

ପୁରୀ ଜିଲ୍ଲାରେ ସୁଦର୍ଶନ ବେହେରାଙ୍କ ୧୬ଟି ପ୍ଲଟ ମଧ୍ୟ ରହିଛି । ବ୍ୟାଙ୍କରେ ସୁଦର୍ଶନଙ୍କ ୫୦ ଲକ୍ଷ ଟଙ୍କା ଜମା ରହିଛି। ତାଙ୍କର ୩ଟି ୪ ଚକିଆ ଗାଡ଼ି ଓ ଗୋଟିଏ ବାଇକ୍ ରହିଛି। ଏସବୁର ମୂଲ୍ୟ ଆନୁମାନିକ ୩୨ ଲକ୍ଷ ଟଙ୍କାରୁ ଅଧିକ ହେବ ।
ଆଜି ସକାଳେ ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ।

Comments are closed.