ଲାଞ୍ଚ ମାମଲାରେ ଏରସମା ବିଡିଓଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଓ ଜରିମାନା

ଅନୁଗୁଳ – ଏକ ଲାଞ୍ଚ ମାମଲାରେ ଜଗତସିଂହପୁର ଜିଲ୍ଲା ଏରସମା ବିଡ଼ିଓଙ୍କୁ ୩ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ହୋଇଛି । ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ୩ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ଅନୁଗୁଳର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି । କୈଳାସ ବେହେରା ରାଉରକେଲା ତହସିଲଦାର ଥିବା ବେଳେ ଏକ ଜମିଜମା ମାମଲାରେ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ । ତାଙ୍କ ବିରୋଧରେ ଚାର୍ଜସିଟ୍ ଦେଇଥିଲେ ଅନୁଗୁଳ ଭିଜିଲାନ୍ସ।

Comments are closed.