ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା

ଭୁବନେଶ୍ୱର – ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ସେଲସିୟସ ଛୁଇଁଛି ତାପମାତ୍ରା। ଆଜି ଟିଟିଲାଗଡ଼, ବୋୖଦ୍ଧ, ବଲାଙ୍ଗୀର, ଭବାନୀପାଟଣା ଓ ନୟାଗଡର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଆଜି ତାଳଚେରରେ ତାପମାତ୍ରା ୩୯.୮ ଡିଗ୍ରୀ ସେଲସିୟସ,ଫୁଲବାଣୀରେ ୩୯.୨, ଅନୁଗୁଳ ଓ ଝାରସୁଗୁଡ଼ାରେ ୩୯.୧, ନବରଙ୍ଗପୁରରେ ୩୯ , କଟକରେ ୩୭ ଦଶମିକ ୫, ଭୁବନେଶ୍ବରରେ ୩୭.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଗତ ଦୁଇ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ହୋଇଥିଲା । ଏଭଳି ସ୍ଥିତି ଆଉ କିଛି ଦିନ ଅପରିବର୍ତ୍ତିତ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବା ସମ୍ଭାବନା ରହିଛି। କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଗରମରୁ ସାମାନ୍ୟ ଆଶ୍ୱସ୍ତି ଆଣିବ ।

Comments are closed.