ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଲାଙ୍ଗିର ଗସ୍ତ

ବଲାଙ୍ଗିର: ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ବଲାଙ୍ଗିର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସେ ମତଦାନ କେନ୍ଦ୍ର ଗୁଡିକରେ ପାନୀୟଜଳ , ବିଦ୍ୟୁତ , ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ, ଶୌଚାଳୟ, ଏବଂ ଖରାରୁ ବର୍ତ୍ତିବା ପାଇଁ ଶେଡ ଆଦିକୁ ଗୁରୁତ୍ଵ ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ । ପିଂକ ବୁଥ , ହୋମ ଭୋଟିଂ , ବାଲାଟ ପେପର , ଭୋଟ ହାର ବୃଦ୍ଧି ଓ ନୂତନ ଭୋଟର ସଚେତନତା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ନିର୍ବାଚନ ପ୍ରକ୍ରିୟାକୁ ପ୍ରଯୁକ୍ତି ବ୍ୟବହାର ଦ୍ୱାରା ଆହୁରି ସରଳ କରିହେବ ବୋଲି ସୂଚନା ଦେବାସହ ଆପ ବ୍ୟବହାର ଉପରେ ପର୍ଯ୍ୟାପ୍ତ କୁଶଳୀ ହେବାକୁ କହିଥିଲେ । ସି ଭିଜିଲ ଆପ , ଆଦର୍ଶ ଆଚରଣ ବିଧି , ଖର୍ଚ୍ଚ ବିବରଣୀ ଟିମ , ଆଦି ଟିମ ଗୁଡିକର କାର୍ଯ୍ୟ ପଦ୍ଧତି ମଧ୍ୟ ସମୀକ୍ଷା ହୋଇଥିଲା ।

ଦ୍ଵିତୀୟ ପର୍ଯ୍ୟାୟରେ ଦୁଇ ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଥିଲେ । ସମ୍ବେଦନଶୀଳ ବୁଥ ତଥା ନକ୍ସଲ ପ୍ରବଣ ଅଞ୍ଚଳରେ ଚେକପୋଷ୍ଟ, ପୋଲିସ ପେଟ୍ରୋଲିଙ୍ଗ ଉପରେ ଅଧିକ ଧ୍ୟାନ ଦେବାକୁ କହିଥିଲେ । ଅବୈଧ କାରବାର, ଅବକାରୀ ଦ୍ରବ୍ୟ ରୋକିବାକୁ ଅଧିକ ଚେକପୋଷ୍ଟ ସହ ପୋଲିସ ମୁତୟନ ଜରୁରୀ ବୋଲି କହିଥିଲେ । ଲାଇସେନ୍ସ ବନ୍ଧୁକ ଜମା କରିବା ସହିତ ନିର୍ବାଚନ କୁ ଅବାଧ , ମୁକ୍ତ ଓ ଶାନ୍ତିପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲେ । ସମସ୍ତ ଅଧିକାରୀ ନିଜ ଦାୟୀତ୍ଵ ଶତ ପ୍ରତିଶତ ସଠିକ ଭାବେ ପାଳନ କରିବା ପାଇଁ କହିଥିଲେ ।

ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି, ଆରଡିସି (ସମ୍ବଲପୁର) ଶ୍ରୀକାନ୍ତ ପୃଷ୍ଟି , ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ , ବଲାଙ୍ଗିର ଜିଲ୍ଲାପାଳ ଗୌରବ ଗୌରୱ ଶିୱାଜୀ ଇସଲୱାରଙ୍କ, ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ, ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଖିଲାରୀ ୠଷିକେଶ ଦ୍ୟାନଦେଓ, ଉଭୟ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ , ସମସ୍ତ ନିର୍ବାଚନ ସମ୍ବନ୍ଧୀୟ କମିଟି ଓ ସଂଯୁକ୍ତ ଅଧିକାରୀମାନେ ସାମିଲ ଥିଲେ । ଏହି ଗସ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀ ଷ୍ଟ୍ରଙ୍ଗ ରୁମ ସରକାରୀ ଆଇଟିଆଇ ପରିଦର୍ଶନ କରିଥିଲେ ।

Comments are closed.