ଓଡ଼ିଶାରେ କ୍ରୀଡାର ବିକାଶ ସମ୍ପର୍କିତ ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ରୂପାନ୍ତରଣ ହୋଇଛି। କ୍ରୀଡାର ବିକାଶ ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ସରକାର ଅମଳରେ ରାଜ୍ୟରେ ସୃଷ୍ଟି ହୋଇଛି ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି। ଆଇକନିକ କଳିଙ୍ଗ ଷ୍ଟାଡିୟମ କ୍ରୀଡା ପରିସର ଏହାର ଏକ ଉଦାହରଣ । ଭୁବନେଶ୍ୱର ପାଲଟିଛି ଦେଶର କ୍ରୀଡା ରାଜଧାନୀ। କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଗୌରବମୟ ଯାତ୍ରା ନେଇ କ୍ରୀଡା ସାମ୍ୱାଦିକ ବୋରିଆ ମଜୁମଦାର ଓ ରାଜ୍ୟ କ୍ରୀଡା ସଚିବ ଆର. ଭିନିଲ କ୍ରିଷ୍ଣା ମିଳିତ ଭାବେ ଏକ ପୁସ୍ତକ ରଚନା କରିଛନ୍ତି । ଓଡ଼ିଶା ସ୍ପୋର୍ଟସ: ଏ ଷ୍ଟୋରି ଅଫ୍ ହୋପ୍ ଆଣ୍ଡ ଗ୍ଲୋରି ନାମକ ଏହି ପୁସ୍ତକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପୁସ୍ତକର ରଚୟିତା ବୋରିଆ ମଜୁମଦାର ଓ କ୍ରୀଡା ସଚିବ ଆର. ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ।

Comments are closed.