ଏନଆଇଇପିଏ ପୁରସ୍କାର ପାଇଁ ଓଡିଶାରୁ ୮ ମନୋନୀତ

ଭୁବନେଶ୍ୱର-ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ସଂସ୍ଥା-ଏନଆଇଇପିଏ ପକ୍ଷରୁ ବର୍ଷ ୨୦୧୯-୨୦ ବର୍ଷ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଓଡିଶାର ୮ ଜଣ ଶିକ୍ଷା ଅଧିକାରୀ ( ଡିଇଓ , ବିଇଓ)ଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ସେମାନେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ର, ବ୍ଲକ ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ, ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ତା ବ୍ଲକ ଶିକ୍ଷାଧିକାରୀ ଡକ୍ଟର ପ୍ରଭାତୀ କୁମାରୀ ମହାପାତ୍ର, ମାଲକାନଗିରି ବିଇଓ ହିମାଂଶୁ ଭୂଷଣ ସମର୍ଥ, ସୁନ୍ଦରଗଡ ଜିଲ୍ଲା ବିଶ୍ରା ବିଇଓ ପ୍ରଜ୍ଞା ପାରମିତା ଜେନା, ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ ହେମସାଗର ମହାନନ୍ଦ ( ଓଇଏସ-୨ ), ବିଇଓ ସ୍ମୃତିରେଖା ନାୟକ ଓ ବିଇଓ ହରେକୃଷ୍ଣ ପଣ୍ଡା ।

ଆସନ୍ତା ୧୦ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ । ତେବେ, ମୂଲ୍ୟାୟନ ଆଧାରରେ ସମସ୍ତ ଶିକ୍ଷାଧିକାରୀଙ୍କ ଚୟନ ହୋଇଥିବା ବେଳେ ରାଜ୍ୟମାନେ ଆପତ୍ତି ଅଭିଯୋଗ ଆସନ୍ତା ୬ ତାରିଖ ମଧ୍ୟରେ ପଠାଇପାରିବେ । ୨୦୧୩-୧୪ରୁ ଏହି ପୁରସ୍କାର ଦିଆଯାଉଛି ।

Comments are closed.