ବଜେଟ୍ ଅଧିବେଶନ ପୂର୍ବରୁ ସଂସଦର ୮୭୫ କର୍ମଚାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଆଉ ମାତ୍ର ସପ୍ତାହେ ବାକି ଅଛି । କିନ୍ତୁ ଏହାପୂର୍ବରୁ ସଂସଦ ଭବନ କରୋନା କବଳିତ ହୋଇଛି । ଏପର୍ଯ୍ୟନ୍ତ ସଂସଦର ୮୭୫ କର୍ମଚାରୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେଉଛି | ଦେଶରେ କରୋନାର ତୃତୀୟ ଲହର ପ୍ରକୋପ ଜାରି ରହିଛି । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ଲକ୍ଷ ଉପରେ ରହୁଛି । ରବିବାର ଆଉ ୩ ଲକ୍ଷ ୩୩ ହଜାର ୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୧୭.୭୮ ପ୍ରତିଶତ ରହିଛି |

Comments are closed.