୧୦ ଜିଲ୍ଲାର ୩୬ ମ୍ୟୁନିସିପାଲିଟି ଓ ଏନଏସି ପାଇଁ ୨୨୨.୫୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁକ୍ତା ଯୋଜନାରେ ଚଳିତ ଆର୍ଥିକ ବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ୩୬ଟି ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ୨୨୫.୫୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୩-୨୪ ବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ଏହି ଟଙ୍କା ମଞ୍ଜୁର କରାଯାଇଛି ।

ମୁକ୍ତା ଯୋଜନାରେ ୪୨ଟି ମ୍ୟୁନିସିପାଲିଟି ଏବଂ ଏନଏସିର ବିକାଶ ପାଇଁ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ପ୍ରକଳ୍ପଗୁଡ଼ିକ ଏସଏଚଡି, ଏସଡିଏ ଏବଂ ସ୍ଥାନୀୟ ଗୋଷ୍ଠୀ ଦ୍ବାରା କାର୍ଯ୍ୟକାରୀ ହେବ।

ପ୍ରକଳ୍ପ କାର୍ଯ୍ୟକାରୀତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜୁନ ୧୬ରେ ଜନ ପ୍ରତିନିଧିମାନଙ୍କ ସହ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଲୋଚନା କରିଥିଲେ । ଏହି ପ୍ରକଳ୍ପରେ ମିନି ପାର୍କ, ଓପନ୍ ଜିମ୍, ଚାଇଲ୍ଡ ପ୍ଲେ ଷ୍ଟେସନ, ଖେଳ ପଡ଼ିଆ, ଭେଣ୍ଡିଂଜୋନ୍ ରହିଛି । ବହୁମୁଖୀ ଗୋଷ୍ଠୀ କେନ୍ଦ୍ର, ୱାଲ ପେଣ୍ଟିଂ, ସୌନ୍ଦର୍ଯ୍ୟକରଣ ଓ ଶ୍ରମିକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ‘ମୁକ୍ତା’ ୨୦୨୦ ଏପ୍ରିଲ ୧୮ରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ଗରିବ ଓ ବେରୋଜଗାରଙ୍କୁ କାମ ଦେବା ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା । ପୂର୍ବରୁ ୪୨ ମ୍ୟୁନିସିପାଲିଟି ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ୧୮୩ କୋଟି ୮୧ ଲକ୍ଷ ଟଙ୍କା ଓ ୩୭ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ପ୍ରଥମ ପର୍ଯ୍ୟାୟରେ ୪୨୩ କୋଟି ୮୭ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରାଯାଇଥିଲା ।

Comments are closed.