ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ୧୦୦ତମ ଟେଷ୍ଟ

ମେଲବୋର୍ଣ୍ଣ – ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଶନିବାର ଠାରୁ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟ । ଅଷ୍ଟ୍ରେଲିଆ ବିପକ୍ଷରେ ଏହା ହେଉଛି ଭାରତର ୧୦୦ତମ ଟେଷ୍ଟ ।

ଏହି ଦୁଇ ଦେଶ ମଧ୍ୟରେ ପ୍ରଥମେ ୧୯୪୭-୪୮ରେ ଟେଷ୍ଟ ସିରିଜ୍ ଖେଳାଯାଇଥିଲା । ଏଯାବତ୍ ଦୁଇ ଦେଶ ମଧ୍ୟରେ ୯୯ଟି ଟେଷ୍ଟ ଖେଳଯାଇଛି । ଏଥିମଧ୍ୟରୁ ଅଷ୍ଟ୍ରେଲିଆ ୪୩ଟି ଟେଷ୍ଟ ଜିତିଥିବା ବେଳେ ଭାରତ ୨୮ଟି ଜିତିଛି ।

ଆଉ ୨୭ଟି ଟେଷ୍ଟ ଡ୍ର ରହିଛି ଏବଂ ଗୋଟିଏ ଟାଇ ହୋଇଛି । ଉଭୟ ଦଳ ମଧ୍ୟରେ ୧୩ ବକ୍ସିଂ ଡେ ଟେଷ୍ଟ ମଧ୍ୟରୁ ଭାରତ ତିନୋଟି ଜିତିଥିବା ବେଳେ ଅଷ୍ଟ୍ରେଲିଆ ୮ଟିରେ ବାଜି ମାରିଛି ।

ଚଳିତ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଛି । ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଅଷ୍ଟ୍ରେଲିଆ ୮ ୱିକେଟରେ ଜିତିଥିଲା ।

Comments are closed.