ଆଜି କଳିଙ୍ଗ ସୁପର କପ୍ ଫୁଟବଲ ଫାଇନାଲ, ଇଷ୍ଟବେଙ୍ଗଲକୁ ଭେଟିବ ଓଡ଼ିଶା ଏଫସି 

ଭୁବନେଶ୍ୱର – ଆଜି କଳିଙ୍ଗ ସୁପର କପ୍ ଫୁଟବଲ ଫାଇନାଲରେ ଓଡିଶା ଫୁଟବଲ କ୍ଲବ ଓ କୋଲକାତାର ଇଷ୍ଟବେଙ୍ଗଲ ଏଫସି ମଧ୍ୟରେ ମୁକାବିଲା ହେବ । ଟାଇଟଲ ବଜାୟ ରଖିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଘରୋଇ ଓଡିଶା ଏଫସି । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ।

ଏ ବର୍ଷଠୁ କଳିଙ୍ଗ ସୁପର କପ୍ ନାମରେ ଖେଳାଯାଉଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ର‌ହିଥିଲେ । ସେମିଫାଇନାଲରେ ଇଷ୍ଟବେଙ୍ଗଲ ଏଫସି ଜାମସେଦପୁର ଏଫସିକୁ ୨-୦ ଗୋଲରେ ହରାଇଥିଲା । ଅନ୍ୟ ସେମିଫାଇନାଲରେ ଘରୋଇ ଓଡିଶା ଏଫସି ମୁମ୍ବାଇ ସିଟି ଏଫସିକୁ ୧-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଆଜିର ମ୍ୟାଚ ଖୁବ୍ ରୋମାଞ୍ଚକର ହେବା ଆଶା କରାଯାଉଛି।

Comments are closed.