ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ ଲକ୍ଷ ସ୍ମାର୍ଟ କାର୍ଡ ବଂଟନ

ଭୁବନେଶ୍ୱର- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ହେଲଥ ସ୍ମାର୍ଟ କାର୍ଡର ବଣ୍ଟନ ଜାରି ରହିଛି । ଏ ଯାଏଁ ୧୦ ଲକ୍ଷ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ଦିଆସରିିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ହେଲ୍‌ଥ ସ୍ମାର୍ଟ କାର୍ଡ ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଆର୍ଥିକ ବୋଝରୁ ଆଶ୍ୱସ୍ତି ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଥମେ ମାଲକାନଗିରି ଜିଲ୍ଲାରୁ ଏହି ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଥିଲା । ଏହାପରେ ସୁନ୍ଦରଗଡ, ବଲାଙ୍ଗିର, ଗଜପତି ଓ ପୁରୀ ଜିଲ୍ଲାରୁ ବିକେୱାଏସ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରାଯାଇଛି ।

Comments are closed.