ବିଶ୍ୱ ପାରା ବ୍ୟାଡମିଣ୍ଟନ: ସ୍ୱର୍ଣ୍ଣ ବିଜୟୀ ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଥାଇଲାଣ୍ଡର ପଟାୟାରେ ଅନୁଷ୍ଠିତ ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ନିଜ ଶ୍ରେଣୀରେ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତିଯୋଗିତାର ଅନ୍ୟ ଦୁଇ ଶ୍ରେଣୀରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୁହାସ ୟତିରାଜ ଓ କ୍ରିଷ୍ଣା ନାଗରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେମାନେ ଆଗକୁ ମଧ୍ୟ ବିଜୟ ଧାରା ଜାରି ରଖି ଦେଶ ପାଇଁ ଗୈାରବ ଆଣିବେ ବୋଲି ଆଶା ପ୍ରକାଶ କରିବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.