ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ

ଭୁବନେଶ୍ବର – ଚଳିତ ମାସ ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ୨୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ -ସିଏପିଏଫ ମୁତୟନ କରାଯିବ । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଞ୍ଜାମ ଜିଲ୍ଲାରେ ୨୦ କମ୍ପାନୀ ସିଏପିଏଫ ମୁତୟନ ପାଇଁ ଅନୁମୋଦନ ଦେଇଛି । ଆସନ୍ତା ୨୦ ତାରିଖରେ ଗଞ୍ଜାମ ଜିଲ୍ଲାର ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ନିର୍ବାଚନ ପରିଚାଳନା ପାଇଁ ଏହି ୨୦ କମ୍ପାନୀ ସିଏପିଏଫ ନିୟୋଜିତ ହେବେ । ସିଏପିଏଫକୁ ରିଜର୍ଭ ଫୋର୍ସ କିମ୍ବା ଷ୍ଟ୍ରାଇକିଂ ଫୋର୍ସ ରୂପେ ନିୟୋଜିତ ନ କରି ବିଭିନ୍ନ ବୁଥରେ ମୁତୟନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.