ଓଡିଶାର କିଶୋର ଜେନା ଜାତୀୟ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଚାମ୍ପିଅନ

ଭୁବନେଶ୍ୱର- ରାଜ୍ୟର ଉଦୀୟମାନ ଆଥଲେଟ କିଶୋର କୁମାର ଜେନା ନିଜ କ୍ୟାରିଅରର ବଡ ସଫଳତା ହାସଲ କରିଛନ୍ତି । ଦିଲ୍ଲୀରେ ଆୟୋଜିତ ତୃତୀୟ ଜାତୀୟ ଜାଭେଲିନ ଥ୍ରୋ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି କିଶୋର । ସେ ୭୪ ଦଶମିକ ୨୬ ମିଟର ଦୂରତା ଯାଏଁ ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହିବା ସହ ସ୍ୱର୍ଣ୍ଣପଦକ ଜିତିଥିଲେ । ଏହା ହେଉଛି କିଶୋରଙ୍କର ପ୍ରଥମ ଜାତୀୟ ଟାଇଟଲ୍ । ଏ ବର୍ଷ ସେପଟେମ୍ବରରେ ଆୟୋଜିତ ୬୮ତମ ରାଜ୍ୟ ସିନିଅର ଆଥଲେଟିକ୍ସ ଚାମ୍ପିଅନସିପରେ କିଶୋର ଜେନା ୭୬ ଦଶମିକ ୪୧ ମିଟର ଯାଏଁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲେ ।

Comments are closed.